କଟକରେ ଫିକା ପଡିଲା ଗୁଡି ଉଡା ପ୍ରତିଯୋଗିତା - kite flying competition faded
🎬 Watch Now: Feature Video
ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ପରମ୍ପରା ମୁତାବକ ଆଜି ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଳାଗୁଡ଼ିକରେ ଗୁଡି ଉଡା ଯାଇଥାଏ । ମକର ସଂକ୍ରାନ୍ତି ଅବସରରେ କଟକରେ ଗୁଡି ଉଡା କାର୍ଯ୍ୟ ବୃହତ ଆକାରରେ କରାଯାଇ ଆସୁଥିବା ବେଳେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ପୂର୍ବ ବର୍ଷଗୁଡିକ ଭଳି ଚଳିତବର୍ଷ ସହରରେ ବହୁତ କମ ସଂଖ୍ୟାରେ ଗୁଡ଼ି ଉଡିଥିଲା । ମାଞ୍ଜା ସୁତା ଉପରେ କଟକଣା ଜାରି କରାଯିବା ଏବଂ ଅନ୍ୟାନ୍ୟ କଟକଣା ଯୋଗୁଁ ସହରରେ ଚଳିତ ବର୍ଷ ଗୁଡି ଉଡାଇବା ଲାଗି ଆଗ୍ରହ କମିଥିବା କଟକ ବାସିନ୍ଦା କହିଛନ୍ତି । ଦେଖନ୍ତୁ ଭିଡିଓ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ