କିଡନୀ ରୋଗର ଗାଁ ବଳରାମ ପ୍ରସାଦ; ମଲେଣି 5, ଦଶରୁ ଊର୍ଦ୍ଧ୍ବ ଆକ୍ରାନ୍ତ - ଏବେ ବି ୧୦ରୁ ଅଧିକ ପୀଡିତ
🎬 Watch Now: Feature Video
ଅନୁଗୋଳ: ନାଲକୋ ଆସପଣ୍ଡକୁ ଲାଗିଥିବା ବଳରାମ ପ୍ରସାଦ ଗାଁର 10ରୁ ଊର୍ଦ୍ଧ୍ବ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆସପଣ୍ଡ ପାଖରେ ଥିବାରୁ ଏହାର ପ୍ରଭାବରେ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଗତ 6ମାସ ମଧ୍ୟରେ 4ରୁ 5ଜଣ ଏହି ରୋଗରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ 10ରୁ ଅଧିକ ଲୋକ ପୀଡିତ ଅଛନ୍ତି । ଏପରିକି ସହାୟତା ଦୂରର କଥା କମ୍ପାନୀ ଗ୍ରାମରେ ପହଞ୍ଚି ନ ଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।