thumbnail

By

Published : Nov 11, 2020, 8:33 PM IST

ETV Bharat / Videos

ଅତ୍ୟାଧୁନିକ ସାଇକେଲ ତିଆରି କରି ଚର୍ଚ୍ଚାରେ ନୟାଗଡର ଆଇଟିଆଇ ଛାତ୍ର

ନୟାଗଡ: ଲକଡାଉନରେ କମାଲ କଲେ ନୟାଗଡର ଆଇଟିଆଇ ଛାତ୍ର । ଅଯଥା ସମୟ ଖର୍ଚ୍ଚ ନ କରି ଦେଖାଇଲେ ନିଜ ଜ୍ଞାନ କୌଶଳ । ପିଲା ରୁଚିକୁ ଦେଇଛନ୍ତି ଉଦ୍ଭାବନର ନାଁ । ସ୍ବଳ୍ପ ଟଙ୍କା ବ୍ୟୟ କରି ତିଆରି କରିଛନ୍ତି ଅତ୍ୟାଧୁନିକ ସାଇକେଲ । ଯାହା ସମ୍ପୂର୍ଣ୍ଣ ବ୍ୟାଟେରୀ ଚାଳିତ । ନୟାଗଡ ମହୀତମା ଗାଁର ଆଇଟିଆଇ ଛାତ୍ର ପ୍ରୀତମ କୁମାର ପାତ୍ର । ଲକଡାଉନ ସମୟରେ ଘରେ ରହି ଏକ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରିଛନ୍ତି । ଯାହାକୁ ଘଣ୍ଟାଏ ଚାର୍ଜ କଲେ 6 କିଲୋମିଟର ଯାଏ ଗଡୁଛି । ଏଥିପାଇଁ ମାରିବାକୁ ପଡୁନି ପ୍ୟାଡେଲ । ନା ପେଟ୍ରୋଲ ପାଇଁ ହେବାକୁ ପଡୁଛି ଖର୍ଚ୍ଚାନ୍ତ । ସ୍ବଳ୍ପ ଖର୍ଚ୍ଚରେ ତିଆରି ସାଇକେଲରେ ଖଞ୍ଜା ହୋଇଛି ଅନେକ ଫିଚର । ଚାରି ଚକିଆ ଗାଡି ପରି ରହିଛି ଚାର୍ଜିଂ ସୁବିଧା । ବ୍ଲୁଟୁଥ ପଏଣ୍ଟ ସାଙ୍ଗକୁ ଗୀତ ଶୁଣିବାକୁ ରହିଛି ମ୍ୟୁଜିକ ସିଷ୍ଟମ । ଲାଇଟ ଓ ହର୍ନ, ସ୍ପିଡ ମିଟର ସହ ଏହା ଅତ୍ୟାଧୁନିକ ସାଇକେଲ ହୋଇପାରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.