International Sand Festival: ବାଲୁକା କଳାରେ ଚମକୁଛି ଚନ୍ଦ୍ରଭାଗା ବେଳାଭୂମି, ମନ ମୋହିଲା ମାଣବସା - ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ

🎬 Watch Now: Feature Video

thumbnail

By

Published : Dec 3, 2021, 9:21 AM IST

ପୁରୀ: ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ (Konark Festival ) । ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମି (Chandrabhaga beach)ରେ ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ (International Sand Painting Festival ) ଆରମ୍ଭ ହୋଇଯାଇଛି। ଦେଶ ବିଦେଶ ରୁ ବାଲୁକା ଚିତ୍ରଶିଳ୍ପୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବାଲିରେ ସୁନ୍ଦର ସୁନ୍ଦର କଳାକୃତି କରୁଛନ୍ତି । ଯାହାକି ଦେଖଣାହାରୀଙ୍କୁ ବେଶ ଆକର୍ଷଣ କରୁଛି । ଗତକାଲି ଗୁରୁବାର ଥିବାରୁ ଓଡ଼ିଆ ଚିତ୍ରଶିଳ୍ପୀ (sand artist odisha)ମାନେ ମାଣବସା ମହାଲକ୍ଷ୍ମୀ ପୂଜା ସମ୍ପର୍କିତ ଚିତ୍ର କଳା କରିଥିଲେ। ତେବେ ଓଡିଶାର କଳା ବାଲୁକା ଚିତ୍ରକଳାରେ ପ୍ରଦର୍ଶିତ ହେବା ଫଳରେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଓଡିଶାର କଳା ସଂସ୍କୃତିକୁ ନେଇ ଜ୍ଞାନ ହାସଲ କରି ପାରୁଛନ୍ତି। ସେପଟେ ଏହି ମହୋତ୍ସବରେ ସାମିଲ ହୋଇ ବାଲୁକା ଚିତ୍ରଶିଳ୍ପୀ ମାନେ ବେଶ ଖୁସି ପ୍ରକଟ କରିଛନ୍ତି । ପୁରୀରୁ ଶକ୍ତୀ ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.