ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ

By

Published : Aug 17, 2020, 8:19 PM IST

thumbnail
ଯାଜପୁର: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ବଣମଲ୍ଲୀ ଯେଉଁଠାରେ ଥାଉନା କାହିଁକି ତାହାର ବାସ୍ନା ସବୁଆଡେ ମହକି ଥାଏ। ଏହି କ୍ରମରେ ଆମେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ମଣ୍ଟୁ ରଣାଙ୍କ ପୁଅ ସଞ୍ଜୟ ରଣାଙ୍କ ବିଷୟରେ କହୁଛୁ । ପେସାରେ ମଣ୍ଟୁ ଜଣେ ମାଳି ହୋଇଥିବାବେଳେ ତାଙ୍କ ଏକମାତ୍ର ପୁଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିଲେ । ଏବେ ପୁଣି ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ଜିଲ୍ଲାରେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ପ୍ରତିଭା ପାଖରେ ଅର୍ଥାଭାବ ଯେ, କୌଣସି ମୂଲ୍ୟ ରଖେନାହିଁ ଏହାର ପ୍ରମାଣ ଦେଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ସଞ୍ଜୟ ରଣା । ମଣ୍ଟୁଙ୍କ ପୁଅ ସଞ୍ଜୟ ଭବିଷ୍ୟତ ବଗିଚାରେ ଏକ ସୁନ୍ଦର ଫୁଲ ହୋଇ ମହକିଛନ୍ତି । ଅନେକ ଅଭାବ ଅନଟନ ମଧ୍ୟରେ ଗତି କରୁଥିବା ସଞ୍ଜୟ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିଲେ । ଆଉ ଏବେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ 552 ନଂ ରଖି କୃତିତ୍ବ ହାସଲ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.