କଳଙ୍କି ଖାଉଛି ଦେଶର ପ୍ରଥମ ନାନୋ ଗ୍ରୀଡ, ଅନ୍ଧାରରେ ସ୍ମାର୍ଟ ଭିଲେଜ ଛୋଟକେଇ - samart village latest news
🎬 Watch Now: Feature Video
ଅନୁଗୋଳ: ଦେଶର ପ୍ରଥମ ନାନୋ ଗ୍ରୀଡ଼ ଥିବା ସ୍ମାର୍ଟ ଭିଲେଜ । କେବଳ କାଗଜ ପତ୍ରେ ରହିଯାଇଛି । ଗାଁର ଲୋକଙ୍କୁ ବିଜୁଳି ଦେବା ପାଇଁ ସ୍ଥାପନ ହୋଇଥିଲା ଗ୍ରୀଡ । ହେଲେ ଏବେ ତାହା କାମ କରୁନି । ଗାଁ ଯେଉଁ ଅନ୍ଧାର କୁ ସେଇ ଅନ୍ଧାର । ସ୍ବାଧୀନତାର ୭ ଦଶନ୍ଧି ପରେ ବି ବିଜୁଳି ଆଲୁଅ ଦେଖି ପାରି ନାହାନ୍ତି ଦେଶର ପ୍ରଥମ ସ୍ମାର୍ଟ ନାନୋ ଗ୍ରୀଡ଼ ଭିଲେଜ ବୋଲାଉ ଥିବା ଗାଁ ର ଲୋକେ । ଯେତେ ଯାହାକୁ ଗୁହାରି କଲେ ବି ନା ବିଜୁଳି ଆସୁଛି ନା ଗ୍ରୀଡ଼ ମରାମତି ହେଉଛି ।