2021ରେ ହୋଇପାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ! - puri news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9418021-thumbnail-3x2-nagarjunabesa.jpg)
ପୁରୀ: ଚଳିତ ବର୍ଷ ଆସନ୍ତା ନଭେମ୍ବର 27 ତାରିଖରେ ଦ୍ଵାଦଶୀ ମଳ ତିଥିରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କୋଭିଡ କଟକଣା ହେତୁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁବିଧା ଏଥର ଭକ୍ତଙ୍କୁ ମିଳିବ ନାହିଁ । ଯାହାକୁ ନେଇ ଭକ୍ତ ମହଲରେ ନିରାଶା ଭାବ ଖେଳି ଯାଇଛି। କିନ୍ତୁ ଏହାରି ମଧ୍ୟରେ ଭକ୍ତଙ୍କ ପାଇଁ ଏକ ଭଲ ଖବର ଆସିଛି । କାରଣ 2021ରେ ମଧ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।