thumbnail

ସଉରା ଜନଜାତିଙ୍କୁ ଜାଣିବ ସାରା ବିଶ୍ବ, ନିଜ ମାତୃଭାଷାର ଡିଜିଟାଇଜେସନ୍ କଲେ IIT ଛାତ୍ରୀ

By

Published : Oct 5, 2020, 10:14 PM IST

ରାୟଗଡା: ନିଜ ଜାତି ଓ ମାଟିର ଆହ୍ବାନକୁ ଆଦରି ନେବାସହ ଭାଷା ବଞ୍ଚି ରହିବା ପାଇଁ ଚାକିରୀ ଛାଡି ଆଗେଇ ଆସିଛନ୍ତି ଜଣେ IIT ଛାତ୍ରୀ । ଆଦିମ ଜନଜାତୀଙ୍କ ସଉରା ଲିପିର ଡିଜିଟାଇଜେସନ୍ କରିଛନ୍ତି ରାୟଗଡ଼ାର ଆଇଆଇଟି ଛାତ୍ରୀ ସୋନି ସଲମା ପ୍ରିୟଦର୍ଶିନୀ। ଦୀର୍ଘ ବର୍ଷ ଧରି ସଉରା ଲିପି ଉପରେ ଗବେଷଣା କରିବା ପରେ ଲିପିର ମୁଦ୍ରାଙ୍କନ କରିବାରେ ସକ୍ଷମ ହୋଇଛନ୍ତି। ଯାହା ଏହି ବିରଳ ଜନଜାତିର ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର କରିବା ସହ ସଉରା ସଂପ୍ରଦାୟର ପିଲାଙ୍କୁ ପାଠ ପ୍ରତି ଆକୃଷ୍ଟ କରିପାରିବ। ୨୦୧୪ରେ ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍ ସଂପର୍କିତ ପାଠ ପଢ଼ିବାକୁ ସୋନି ବମ୍ବେ ଆଇଆଇଟିରେ ନାମ ଲେଖାଇଥିଲେ। ପରବର୍ତ୍ତୀ ସମୟରେ ଟାଇପୋଗ୍ରାଫି (ମୁଦ୍ରାଙ୍କନ) ଉପରେ ନିଜର ପ୍ରୋଜେକ୍ଟ କରିଥିଲେ । ସୋନି ବମ୍ବେ ଆଇଆଇଟିର ପ୍ରଫେସର ଗିରିଶ ଡାଲଭିଙ୍କ ସହାୟତାରେ ସଉରା ଲିପିର ଡିଜିଟାଇଜେସ୍ କରିଛନ୍ତି। ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ବ୍ୟବହାର ହୋଇପାରିବ ବୋଲି ଜଣାପଡିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.