‘ଲକଡାଉନ୍ରେ ମର୍ଣ୍ଣିଂ ୱାକ୍, ସାଇକ୍ଲିଂ ମନା’ - ଓଡିଶାରେ କୋରୋନା ସ୍ଥିତି
🎬 Watch Now: Feature Video
ଭୁବନେଶ୍ବର: ଲକଡାଉନ୍ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ମନ୍ତବ୍ୟ । କୋରୋନା ମହାମାରୀ ବୃଦ୍ଧିକୁ ଦୃଷ୍ଟିରେ ରଖି ଲକଡାଉନରେ ପ୍ରାତଃ ଭ୍ରମଣ, ଇଭିନିଂୱାକ୍, ସାଇକ୍ଲିଂକୁ ସଂପୂର୍ଣ୍ଣ ମନା । ଅମାନିଆଙ୍କୁ ରୋକିବାକୁ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯାଇଛି । ସୂଚନା ଦେଲେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିପରି ଘରୋଇ ହସ୍ପିଟାଲ ବେନିୟମ ଭାବେ ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ ହେବ । କୋଭିଡ ସାମଗ୍ରୀ କଳାବାଜାରୀ ଉପରେ ପୋଲିସର ନଜର ରହିଛି । କଳାବଜାରୀ ରୋକିବାକୁ ୨୨ ଫ୍ଲାଇଂସ୍କ୍ବାଡ ଗଠନ କରାଯାଇଛି । ଲୋକେ ଲକଡାଉନ ଓ ସଟଡାଉନ ନିୟମ ଭାଙ୍ଗୀ ୧୫ ଦିନରେ ପ୍ରାୟ ଲକ୍ଷେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ୧୫ ଦିନରେ ୨ କୋଟି ୮୦ ଲକ୍ଷ ଜୋରିମାନା ଆଦାୟ । ୭୧ ମାମଲା ହୋଇଛି, ୨୬୯ ଜଣଙ୍କୁ ଗିରଫ କରାଯାଇଥିବା ଆଇନ ଶୃଙ୍ଖଳା ଏଡିଜି ଯଶବନ୍ତ ଜେଠୱାଙ୍କ ସୂଚନା । ଆଇନ ଓ ଶୃଙ୍ଖଳାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠ୍ୱା, ପୋଲିସ୍ କମିଶନର ସମେନ୍ଦ୍ର ପ୍ରୀୟଦର୍ଶୀ, ଭୁବନେଶ୍ବର ଡିସିପି ଡ. ଉମାକାନ୍ତ ଦାସ ଓ କଟକ ଡିସିପି ପ୍ରତୀକ ସିଂ ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ଭାଗ ନେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ