ମତ୍ସ୍ୟଜୀବୀଙ୍କ ସମସ୍ୟା ନେଇ ଲଢେଇ ଜାରି ରଖିବି: ଜୟସେନା
🎬 Watch Now: Feature Video
ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ସମସ୍ୟା ପାଇଁ ଦୀର୍ଘ ବର୍ଷ ଧରି ଲଢ଼େଇ କରି ଆସୁଛନ୍ତି ଜୟସେନ । ସମୁଦ୍ରରେ ମାଛ ଧରି ଜୀବିକା ନିର୍ବାହ କରି ଆସୁଥିବା ପାରମ୍ପରିକ ସାମୁହିକ ମତ୍ସ୍ୟଜୀବୀଙ୍କ ସମସ୍ୟାଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତାଙ୍କ ପାଇଁ ଦୀର୍ଘ ୧୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିଜର ଲଢ଼େଇ ଜାରି ରଖିଛନ୍ତି ଜୟସେନ ସାହୁ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଉପକଣ୍ଠ ବକ୍ସିପଲ୍ଲୀ ପଞ୍ଚାୟତରୁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସୁଥିବା ବେଳେ ଚଳିତଥର ମଧ୍ୟ ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଳକର ବକ୍ସିପଲ୍ଲୀ ପଞ୍ଚାୟତରେ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିଜ ପଞ୍ଚାୟତରେ ବର୍ଷ ବର୍ଷ ଧରି ରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇ ସେ ଚଳିତ ନିର୍ବାଚନରେ ମୈଦାନକୁ ଓହ୍ଲାଇଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ