ସାର୍ଥକତା ହରାଉଛି ଗାନ୍ଧୀ ଓଡିଶା ବାଳାଶ୍ରମ, ମିଳୁନି ପ୍ରୋତ୍ସାହନ - ବାପୁ ପଟ୍ଟଶିଷ୍ୟ ଜୀବନରାମ କଲ୍ୟାଣଜୀ କୋଠରୀ
🎬 Watch Now: Feature Video
ଭଦ୍ରକ: ଦୁଃଖୀଙ୍କ ଦୁଃଖହର୍ତ୍ତା ଥିଲେ ବାପୁ । ଛୋଟ, ବଡ , ସମ୍ଭ୍ରାନ୍ତ, ଗରିବ, ଦଳିତ, ବ୍ରାହ୍ମଣ ସବୁ ଥିଲେ ତାଙ୍କ ଆଖିରେ ସମାନ । ଆଉ ଯାହାର କେହି ନଥିଲେ ତାର ସବୁକିଛି ଥିଲେ ମହାତ୍ମା । ଏଭଳି ବିଚାରରେ ଅନୁପ୍ରଣୀତ ହୋଇ ତାଙ୍କ ପଟ୍ଟଶିଷ୍ୟ ଜୀବନରାମ କଲ୍ୟାଣଜୀ କୋଠରୀ ସୁଦୂର ଗୁଜୁରାଟରୁ ଆସି ଗରଦପୁରରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ଯାହା ଏବେ ଗାନ୍ଧୀ ଓଡିଶା ବାଳାଶ୍ରମ ନାମରେ ପରିଚିତ । କିନ୍ତୁ ଏହାର ମୂଳ ଆବାହକ ବାପୁଙ୍କ ସ୍ମୃତି ଏବେ ଜରାଜୀର୍ଣ୍ଣ ।