ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା - helicopter journey
🎬 Watch Now: Feature Video

ଭୁବନେଶ୍ବର: ହେଲିକପ୍ଟରରେ ଚଢି ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ହେଲିକପ୍ଟର ଗସ୍ତ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଗତ 18 ତାରିଖ ଶନିବାର ସେ ନବରଙ୍ଗପୁରରୁ ଭୁବନେଶ୍ବରକୁ ହେଲିକପ୍ଟର ଯୋଗେ ଆସିଥିବାର କହି ଉଠାଇଲେ ପ୍ରଶ୍ନ । ଯେଉଁଠି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସରେ ବୈଠକ କରୁଛନ୍ତି ସେଠି ସଞ୍ଜୟ କିପରି ନିଜେ ଯାଇ ବୈଠକ କଲେ ବୋଲି ପ୍ରଶ୍ନ ଉଠାଇଲେ ପୂର୍ବତନ ସାସଂଦ । ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଲକଡାଉନରେ କିପରି ସେ ହେଲିକପ୍ଟରରେ ଆସିଲେ ବୋଲି କହି ସଞ୍ଜୟଙ୍କୁ ଘେରିଲେ ବଳଭଦ୍ର ।