ଦୁଇମାସ ଯାଏଁ ତାରିଣୀଙ୍କ ଦର୍ଶନ ଉପରେ କଟକଣା - Tarini temple visit
🎬 Watch Now: Feature Video
କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ କୋରୋନା ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି କୋଭିଡ ସମ୍ପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ । ଏହାକୁ ନେଇ ରାଜ୍ୟ ସରକାର ସତର୍କ ରହିଥିବାବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ତେବେ କୋରୋନାର ଦ୍ବିତୀୟ ପ୍ରବାହକୁ ଦେଖି ଚିନ୍ତାରେ ପ୍ରଶାସନ । ଯାହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଆଗାମୀ ଦୁଇ ମାସ ପାଇଁ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ମନ୍ଦିର ବନ୍ଦ ସହ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନେଇଛି ।