ଜଣେ ମୁଷ୍ଟିମେୟ ବ୍ୟକ୍ତିଙ୍କ ପାଇଁ ବାଙ୍କିର ଅନେକ ସ୍ଥାନରେ ବନ୍ୟାସ୍ଥିତି ! - cuttack flood situation
🎬 Watch Now: Feature Video
କଟକ: ମହାନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବାବେଳେ ଏଥିରେ ବେଶୀ ପ୍ରଭାବିତ ହୋଇଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳ । ବାଙ୍କିର ଅନେକ ସ୍ଥାନ ଜଳମଗ୍ନ । ଓସ୍ତିଆ, ଆବନ୍ଦପୁର, ରତାଗଡ଼, ବିଲିପଡା, ଶୁଖୁଆଖଳା, ଅନୁଆରୀ, ବିଳି ତେନ୍ତୁଳିଆ, ନିସ୍ତିପୁର, କୁସୁପଙ୍ଗି, କଇମୁଣ୍ଡି, ଗୋପାଳପୁର, ପାଟପୁର, ଚନ୍ଦ୍ରପାନାଳ, କଇଁଆନାଳ, ନଦୀକୁଣ୍ଡା ଆଦି ଅନେକ ଗ୍ରାମ ଜଳବନ୍ଦୀ । ବନ୍ୟାଜଳ ଯୋଗୁଁ ଶହଶହ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଜଣେ ମୁଷ୍ଟିମେୟ ଲୋକ ଯୋଗୁଁ ବାଙ୍କିର ଅନେକ ଚାଷ ଜମି ଜଳମଗ୍ନ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । କହିବାକୁ ଗଲେ ଏହି ବନ୍ୟା ଯୋଗୁଁ ବାଙ୍କି ଅଞ୍ଚଳର ଚାଷୀ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏନେଇ କଟକ ବାଙ୍କି ଅଞ୍ଚଳରୁ ଚାଷୀମାନଙ୍କ ସହ ବନ୍ୟାର ସ୍ଥିତି ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି କଟକରୁ ଆମ ପ୍ରତିନିଧି ନାରାୟଣ ସାହୁ...କଟକରୁ ନାରାୟଣ ସାହୁ, ଇଟିଭି ଭାରତ