thumbnail

By

Published : Dec 19, 2019, 11:59 AM IST

ETV Bharat / Videos

ବାରବାଟୀ ଦିନିକିଆ: ଉତ୍ସାହିତ ମହିଳା ଫ୍ୟାନ୍ସ, କାଉଣ୍ଟରରେ ଲମ୍ବା ଲାଇନ

କଟକ: ଡିସେମ୍ବର 22ରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଭାରତ-ଓ୍ଵେଷ୍ଟଇଣ୍ଡିଜ ଅନ୍ତିମ ଦିନିକିଆ ମୁକାବିଲା । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ଖୁବ୍ ଉତ୍ସାହିତ କାରଣ ଏହା ହେବ ନିର୍ଣ୍ଣାୟକ ମ୍ୟାଚ । ଏହି ୱାନଡେ ମ୍ୟାଚ ପାଇଁ ଆଜିଠୁ କାଉଣ୍ଡରେରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଚଳିତବର୍ଷ ପ୍ରଥମଥର ପାଇଁ ମହିଳା କାଉଣ୍ଟର ଖୋଲାଯାଇଥିଲା ବେଳେ ଲାଗିଛି ଲମ୍ବା ଲାଇନ । ଟିକେଟ୍ କିଣିବା ପାଇଁ ମନରେ ପ୍ରବଳ ଉତ୍ସାହ। ନିଜର ମନ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ କଲେଜ ଛାତ୍ରୀଙ୍କଠୁ ଆରମ୍ଭ କରି ବୃଦ୍ଧ ମହିଳା ପର୍ଯ୍ୟନ୍ତ ସମସ୍ତେ ଟିକେଟ୍ କିଣିବାରେ ବ୍ୟସ୍ତ। କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.