ବିଶ୍ବ ପରିବେଶ ଦିବସ, ବାଲୁକା କଳାରେ ପରିବେଶ ସୁରକ୍ଷା ବାର୍ତ୍ତା

By

Published : Jun 5, 2021, 7:31 AM IST

thumbnail
ପୁରୀ: ଆଜି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି । ସେ ଏହି ବାଲୁକା କଳା ମାଧ୍ୟମରେ 'ପରିବେଶକୁ ସୁରକ୍ଷିତ ରଖିଲେ ଆମେ ସୁରକ୍ଷିତ ରହିବା' ବୋଲି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ବେଳାଭୂମିରେ ପରିବେଶ ସୁରକ୍ଷା ନେଇ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି । ବାଲୁକା କଳାରେ ବୃକ୍ଷରୋପଣ କରିବାର ଦୃଶ୍ୟ ଦେଖାଇବା ସହିତ ସବୁଜିମାରେ ଭରପୂର ହୋଇ ଧରିତ୍ରୀ ମାତା କିଭଳି ଅତ୍ୟନ୍ତ ସରସ ସୁନ୍ଦର ଏବଂ ମନୋଲୋଭା ଦେଖାଯାଉଛନ୍ତି ତାହା ଅତି ସୁନ୍ଦର ଏବଂ ନିଖୁଣ ଭାବରେ ଦର୍ଶାଇଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.