ଅନୁଗୋଳରେ ବଢ଼ୁଛି ହାତୀ ଆତଙ୍କ, ଗାଁ ରାସ୍ତାରେ ବୁଲୁଛି ଦନ୍ତା - ଅନୁଗୋଳ ହାତୀ
🎬 Watch Now: Feature Video

ଅନୁଗୋଳ: ଅନୁଗୋଳ ବନାଞ୍ଚଳର କୁକୁଡାଙ୍ଗ ଗାଁ ଭିତରେ ବୁଲୁଛି ଦନ୍ତା ହାତୀ। ଆଜି(ଶନିବାର) ସକାଳୁ ହଠାତ ହାତୀଟି ଆସି ବୁଲୁଥିବାର ଦେଖିବାକୁ ମିଳିଥିଲା। ଗାଁର ସବୁଦିନିଆ ରାସ୍ତା ଉପରେ ବୁଲୁଥିବାରୁ ଲୋକେ ଯାତାୟତ କରିପାରୁ ନାହାନ୍ତି। ଉକ୍ତ ହାତୀଟି ଗାଁ ନିକଟ ନାଲକୋ ଆସପଣ୍ଡ ନିକଟରେ ରହିଛି। ବନବିଭାଗ କର୍ମଚାରୀ ମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ