ବିନା କୋଭିଡ ରିପୋର୍ଟରେ ଜଗନ୍ନାଥ ଦର୍ଶନ, ଖୁସି ବ୍ୟକ୍ତ କଲେ ଭକ୍ତ - ବିନା କୋଭିଡ ରିପୋର୍ଟରେ ଜଗନ୍ନାଥ ଦର୍ଶନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10322774-thumbnail-3x2-loa.jpg)
ପୁରୀ: ବିନା କୋଭିଡ ରିପୋର୍ଟରେ ଆଜି(ଗୁରୁବାର) ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦର୍ଶନ। ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତିରେ ବିଭୋର ହୋଇ ପଡିଛନ୍ତି। ମାସ୍କ ଲଗାଇ ଓ ହାତ ସାନିଟାଇଜ କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଭକ୍ତ । ସିଂହ ଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ପଟେ ପ୍ରସ୍ଥାନ କରୁଛନ୍ତି ଭକ୍ତ । ତେବେ କାଳିଆ ଦର୍ଶନରେ କୌଣସି କଟକଣା ନ ଥିବା ହେତୁ ସମସ୍ତେ ଆନନ୍ଦିତ। ପ୍ରଶାସନର ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି। ତେବେ ଜଗନ୍ନାଥ ଦର୍ଶନ ପରେ କିଭଳି ଭକ୍ତଙ୍କ ଅନୁଭୂତି ରହିଛି ଆସନ୍ତୁ ଶୁଣିବା କିଛି ଭକ୍ତ ଙ୍କ ପ୍ରତିକ୍ରିୟା...
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ