thumbnail

ବାତ୍ୟା 'ୟସ୍' କୁ ନେଇ ପୁରୀରେ ମତ୍ସ୍ୟଜୀବୀ ଆତଙ୍କିତ

By

Published : May 24, 2021, 5:44 PM IST

ପୁରୀ: ସାମୁଦ୍ରିକ ବାତ୍ୟା 'ୟସ୍' କୁ ନେଇ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିସାରିଥିବା ବେଳେ ଲୋକମାନେ କିଭଳି ସୁରକ୍ଷିତ ରହିବେ, ସେ ନେଇ ବ୍ୟବସ୍ଥା କରୁଛନ୍ତି । ଏପଟେ ପୁରୀରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯାଉଛି । ତେବେ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ନେଇ ସଚେତନ କରାଯାଉଛି । ସେହିପରି ଡଙ୍ଗା , ଜାଲ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଏପଟେ 'ୟସ୍' କୁ ନେଇ ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି । ଗତ 2019 ଫନି ବାତ୍ୟାରେ ପୁରୀରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । ଅନେକ ମତ୍ସ୍ୟଜୀବୀଙ୍କ ଡଙ୍ଗା ଭାଙ୍ଗି ଯାଇଥିବା ବେଳେ ଘର ମଧ୍ୟ ଭାଙ୍ଗି ଯାଇଥିଲା । ତେବେ ବାତ୍ୟା କୁ ନେଇ ପୁରୀରେ କିଭଳି ପ୍ରସ୍ତୁତି ରହିଛି ଆସନ୍ତୁ ଜାଣିବା । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.