ସ୍ଥଳଭାଗ ମୁହାଁ ୟସ, ଗୋପାଳପୁରରେ ସରିଛି ସ୍ଥାନାନ୍ତରଣ - cyclone
🎬 Watch Now: Feature Video
ବ୍ରହ୍ମପୁର: ବାତ୍ୟା ‘ୟସ’ର ପ୍ରଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଲୋକଙ୍କୁ ତିନୋଟି ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତର । ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ବେଳାଭୂମି କୂଳରେ ରହିଥିବା ଏକ ବସ୍ତିର ପ୍ରାୟ ୪୦ ଗୋଟି ପରିବାରକୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତର । ବାତ୍ୟା ଆଶ୍ରୟସ୍ଥଳୀ ସମେତ ଅନ୍ୟ ଦୁଇଟି ସ୍ଥାନରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ପାନୀୟ ଜଳଠାରୁ ଆରମ୍ଭ କରି ଏସଏଚଜି ଗ୍ରୁପ୍ ଜରିଆରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା କରାଯାଇଛି । ଏହି ସମସ୍ତ ସ୍ଥାନରେ ପଞ୍ଚସୁତ୍ର ନିୟମ ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଗୋପାଳପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ