thumbnail

By

Published : Jan 16, 2021, 4:44 PM IST

ETV Bharat / Videos

କୋରୋନା ଯୋଦ୍ଧାଙ୍କୁ ସଞ୍ଜିବନୀ, ପ୍ରଥମେ ଟିକା ନେଲେ ସଫେଇ କର୍ମଚାରୀ

ଭୁବନେଶ୍ବର: କୋରୋନା ବିରୋଧରେ ବିଶ୍ବରେ ଆରମ୍ଭ ହେଲା ସର୍ବ ବୃହତ ଲଢେଇ । ଅଦୃଶ୍ୟ ଭାଇରସ ବିରୋଧରେ ମହାଭିଯାନ ପାଇଁ ଦେଶରେ ଆରମ୍ଭ ହେଲା ଟୀକାକରଣ । ହାରିବ କୋରୋନା.. ଜିତିବ ଜୀବନର ଲକ୍ଷ୍ୟ ନେଇ ଆଜିଠୁ ସାରା ଦେଶରେ ପ୍ରାଥମିକ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଟୀକାକରଣର ଶୁଭାରମ୍ଭ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଟୀକାକରଣ ହୋଇଛି । କ୍ୟାପଟାଲ ହସ୍ପିଟାଲରେ ପ୍ରଥମପର୍ଯ୍ୟାୟରେ ଟିକା ନେଲେ ଜଣେ ସଫେଇ କର୍ମଚାରୀ । 4ର୍ଥ ଶ୍ରେଣୀର ସଫେଇ କର୍ମଚାରୀ ବିରଞ୍ଚି ନାୟକଙ୍କୁ ଟିକା ଦିଆଯାଇଛି । ସେହିପରି ଦ୍ବିତୀୟରେ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ତୃତୀୟରେ ଜଣେ ଡାକ୍ତର ଟିକା ଗ୍ରହଣ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.