thumbnail

By

Published : Mar 4, 2021, 6:21 PM IST

ETV Bharat / Videos

କୋରୋନା ମହାମାରୀ ପ୍ରଭାବ, ଅର୍ଥାଭାବରୁ ଶ୍ରମିକ ସାଜୁଛନ୍ତି ପାଠ ପଢୁଆ ପିଲା !

ଭୁବନେଶ୍ବର: କୋରୋନା ମହାମାରୀର ପ୍ରଭାବରେ ବଢିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା ! ଅର୍ଥାଭାବରୁ ଶ୍ରମିକ ସାଜିଛନ୍ତି ଅନେକ ପାଠ ପଢୁଆ ପିଲା ! ଲକ୍‌ଡାଉନ, ସଟଡାଉନ ପରେ ବି ଏପର୍ଯ୍ୟନ୍ତ କେବଳ ନବମ, ଦଶମକୁ ଛାଡିଦେଲେ ସ୍କୁଲ ଖୋଲିନାହିଁ । ପିଲାମାନେ ଅନଲାଇନରେ ପାଠପଢୁଛନ୍ତି । ଯାହା ଅନୁନ୍ନତ ଅଞ୍ଚଳରେ ସମ୍ଭବ ହେଉନାହିଁ । ଗୋଟିଏ ପଟେ ସ୍କୁଲ ନଖୋଲିବା ଓ ଅନ୍ୟପଟେ ଆର୍ଥିକ ସ୍ଥିତି, ପିଲାଙ୍କୁ ଦାଦନ ସଜାଇଦେଉଛି । ଲକଡାଉନ ପରେ 183 ଜଣ ଶିଶୁ ଶ୍ରମିକ ଉଦ୍ଧାର ହେବା ଏହାକୁ ପ୍ରମାଣିତ କରୁଛି । ତେବେ ଖାଲି ଏତିକି ନୁହଁନ୍ତି, ଅନେକ ଶିଶୁ, ଶ୍ରମିକ ସାଜୁଥିଲେ ବି ତାହାର ସଠିକ ତଥ୍ୟ ମିଳିପାରୁନାହିଁ । କୋରୋନା ଭୟରେ ଲୋକେ ଘରେ ଥିବାରୁ ଏହାର ସଠିକ ଆକଳନ ହୋଇପାରୁନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.