ମହାମାରୀ କୋପ: 4 କୋଟି ରାଜସ୍ବ ହରାଇଲା ମଝିଘରିଆଣୀ ମନ୍ଦିର - corona virus

🎬 Watch Now: Feature Video

thumbnail

By

Published : Dec 30, 2020, 7:33 PM IST

ରାୟଗଡା:ନା ବାଜୁଛି ବାଜା ନା ଶୁଭୁଛି ଶଙ୍ଖ । ଭକ୍ତଙ୍କ ହୁଳହୁଳିରେ କମ୍ପୁନି ମନ୍ଦିର ପରିବେଶ। କୋରୋନା କଟକଣା ଯୋଗୁଁ ରାୟଗଡ଼ା ସହରର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣୀଙ୍କ ପୀଠ ହୋଇ ଉଠିଛି ଖାଁ ଖାଁ । ଫଳରେ ଗୋଟିଏ ପଟେ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ତ ଅନ୍ୟପଟେ ଭକ୍ତଙ୍କ ଦ୍ଵାରା ଆଦାୟ ରାଜସ୍ବ ନମିଳିବା ଯୋଗୁଁ ମନ୍ଦିର ପରିଚାଳନାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ମନ୍ଦିରଟି ଓଡିଶା - ଆନ୍ଧ୍ର ସୀମାନ୍ତ ରାୟଗଡ଼ ଜିଲ୍ଲାର ସଦର ମହକୁମାରେ ରହିଛି। ଯଦିଓ ମନ୍ଦିରଟି ଓଡିଶାର କିନ୍ତୁ ହଜାର ହଜାର ଆନ୍ଧ୍ର ଭକ୍ତଙ୍କ ରାଜସ୍ବରେ ପରିଚାଳିତ ହେଉଛି। ସ୍ଵତନ୍ତ୍ର ଦର୍ଶନ ଠାରୁ ଆରମ୍ଭ କରି ଭୋଗ ବିକ୍ରି ସବୁଥିରୁ ମନ୍ଦିରର ରାଜସ୍ବ ଆଦାୟ ହୋଇଥାଏ । ଏପରିକି ମନ୍ଦିର ପରିସର ଏବଂ ବାହାରେ 72 ଗୋଟି ଦୋକାନ ଘର ଭଡା ସୂତ୍ରରେ ଦିଆଯାଉଛି । ମୋଟାମୋଟି ଭାବେ ବାର୍ଷିକ 4 କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସୂତ୍ରରୁ ମନ୍ଦିର ପରିଚାଳନା ଏବଂ ଉନ୍ନୟନ ପାଇଁ ମିଳିଥାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.