ରାମୁଙ୍କ ‘ଥ୍ରୀଲର’କୁ ନେଇ ବିବାଦ, ନବରଙ୍ଗପୁରରେ ମାମଲା ରୁଜୁ
🎬 Watch Now: Feature Video
ନବରଙ୍ଗପୁର: ବଲିଉଡର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କୁ ନେଇ ପୁଣି ତେଜିଲା ବିବାଦ । ତେବେ ଏଥର ସିଧା ଓଡିଶାରୁ ଟାର୍ଗେଟ କରାଯାଇଛି ରାମ ଗୋପାଳଙ୍କୁ । ନବରଙ୍ଗପୁର ଥାନାରେ ତାଙ୍କ ନାଁରେ ଏତଲା ଦେଇଛି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ । ଓଡିଶାର ଅପ୍ସରା-ରକଙ୍କୁ ନେଇ ତାଙ୍କର ଆଗାମୀ ଫିଲ୍ମ ‘ଥ୍ରୀଲର’ରେ ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ଅଭିଯୋଗ ହେଲା, ରିଲିଜ ହୋଇଥିବା ଟ୍ରେଲରରେ ଓଡିଶାର ଅପ୍ସରାଙ୍କ ମାତ୍ରାଧିକ ଅଙ୍ଗ ପ୍ରଦର୍ଶନ ହୋଇଥିବା ସହିତ ଅଶ୍ଳୀଳ ଦୃଶ୍ୟ ପ୍ରଦର୍ଶନ ସମୟରେ ହିନ୍ଦୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରଯାଇଛି । ଚଳଚ୍ଚିତ୍ରର ସେହି ଦୃଶ୍ୟ ସମୟରେ ତୁରନ୍ତ ହିନ୍ଦୁ ଦେବଦେବୀଙ୍କ ନାମକୁ ହଟାଯିବା ଏବଂ ଦୁଇ କଳାକାର ଏବଂ ରାମ ଗୋପାଳ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ହିନ୍ଦୁ ଏକତା ବାହିନୀ ।