ବିଦ୍ୟୁତ ଦର ବୃଦ୍ଧିକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ କଲେ ସୁର

By

Published : Jun 19, 2021, 10:51 PM IST

thumbnail
ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ରାଜ୍ୟରେ ଗୋଟେ ଅଲାଜୁକ ସରକାର ଚାଲିଛି ବୋଲି କଟାକ୍ଷ କରିଛନ୍ତି ସୁର । ରାଜ୍ୟରେ କ୍ରମାଗତ ଭାବେ ବିଦ୍ୟୁତ ବୃଦ୍ଧି ପାଉଛି । ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶାରେ ଦର ବୃଦ୍ଧି ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ଏହା ସହ ରାଜ୍ୟରେ ଘନଘନ ବିଦ୍ୟୁତ କାଟ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି ସୁର । ରାଜ୍ୟରେ ଏକ ଅଲାଜୁକ ସରକାର ଚାଲିଛି ବୋଲି କହିଛନ୍ତି ସୁର । ଅଣଓଡିଆ ଅଫିସର ଓ କମ୍ପାନୀ ହାତରେ ସରକାର ଚାଲିଛି ବୋଲି କହିଛନ୍ତି ସୁର । କୋଭିଡ଼ ସମୟରେ ବିଦ୍ୟୁତ ବୃଦ୍ଧି ଓ ବିଜୁଳି କାଟ ବୋଝ ଉପରେ ଲଳିତା ବିଡା ହୋଇଛି । କମ୍ପାନୀ ସହିତ ଆଲୋଚନା କରି ବିଦ୍ୟୁତ ଦର ହ୍ରାସ ଲାଗି ପଦକ୍ଷେପ ନେବେ ବୋଲି ସରକାର ଗତ ବିଧାନସଭା ଅଧିବେଶନରେ କହିଥିଲେ । ହେଲେ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ତୁରନ୍ତ ଆଲୋଚନା କରି ବିଜୁଳି ଦର ହ୍ରାସ କରିବା ଲାଗି ସୁର ଦାବି କରିଛନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.