ବଦଳିଲା କୋଷ୍ଟାଲ ହାଇଓ୍ବେ ନକ୍ସା, ଅସନ୍ତୋଷ ଝାଡିଲା ବିଜେଡି - bharat mala yojana
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10415960-thumbnail-3x2-hw.jpg)
ଭୁବନେଶ୍ବର: ଭାରତ ସରକାରଙ୍କ ଭାରତମାଳା ଯୋଜନାରେ ରାଜ୍ୟକୁ ଝଟକା । ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ ହାଇଓ୍ବେ ରାଜ୍ୟରେ ସଙ୍କୁଚିତ ହେଉଛି । ଗତ ଛଅ ବର୍ଷ ତଳେ ଘୋଷଣା ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ବାରମ୍ବାର ନକ୍ସା ବଦଳକୁ ନେଇ ବିଜେଡି କ୍ଷୋଭ ପ୍ରକାଶ କରିଛି । ସୂଚନା ମୁତାବକ, କୋଷ୍ଟାଲ ହାଇଓ୍ବେ ନକ୍ସାରେ ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ଯିବାକୁ ଥିବା ଏହି ହାଇଓ୍ବେକୁ ସଙ୍କୁଚିତ କରାଯାଇଛି । ନୂତନ ନକ୍ସା ଅନୁସାରେ ଗୋପାଳପୁର କି ସାତପଡା ନୁହେଁ, ଖୋର୍ଦ୍ଧା ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଦୀଘା ପରିବର୍ତ୍ତେ ରତନପୁରରେ ଶେଷ ହେବ ହାଇଓ୍ବେ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ଆପତ୍ତିକୁ ଭିତ୍ତି କରି ନୂଆ କୋଷ୍ଟାଲ ହାଇଓ୍ବେର ନକ୍ସା ପ୍ରସ୍ତୁତ ହୋଇଛି । ଏହି ଜାତୀୟ ରାଜପଥ 16 ନଂ ଖୋର୍ଦ୍ଧା ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂ ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ ପୋର୍ଟ ଦେଇ ଜାତୀୟ ରାଜପଥ ୫୩ ନଂରେ ଶେଷ ହେବ। ତେବେ ଏ ବାବଦରେ ଆଲୋଚନା କରି କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।