ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି, ବୁଝିଲେ ବୁଝାଇଲେ..

By

Published : Jul 16, 2020, 4:20 PM IST

thumbnail
କୋରାପୁଟ: ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି । ପିଲାଏ କେମିତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାହା ଜାଣିବା ପାଇଁ ଗୁରୁବାର ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଥିଲେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରାହ୍ମମ । କୁଳପତିଙ୍କ ଏପରି ଅଚାନକ ଗସ୍ତକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । କୋରୋନା କାରଣରୁ ସାରାଦେଶରେ ବହୁ କମ ବିଶ୍ବବିଦ୍ୟାଳୟରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଛି । କୋରାପୁଟ ଜିଲ୍ଲା ସୁନାବେଡାସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପରୀକ୍ଷା କରିବାର ଏକ ଅଭିନବ ପନ୍ଥା ଅବଲମ୍ବନ କରାଯାଇଛି । କୋରୋନା ସମୟର ପ୍ରତିବନ୍ଧକକୁ ସମ୍ମାନ ଜଣାଇ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରେ ରହି ପରୀକ୍ଷା ଦେବା ପାଇଁ ସୁବିଧା ଉପଲବ୍ଧ କରାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.