‘ଜୁଲାଇ ଶେଷ ସୁଦ୍ଧା ବଢିପାରେ କୋରୋନା ସଂକ୍ରମଣ’

By

Published : Jul 20, 2020, 4:05 PM IST

thumbnail
କଟକ: ଜୁଲାଇ ମାସ ଶେଷ ସୁଦ୍ଧା ଓଡିଶାରେ କୋରୋନା ସଂକ୍ରମଣ ବୃଦ୍ଧି ହେବ ନେଇ ମତ ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା । ଡାକ୍ତର ପଣ୍ଡା କହିଛନ୍ତି ରାଜ୍ୟରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିଚାଲିଛି । ସେହି ଆକଳନ ଅନୁଯାଇ ଚଳିତ ମାସ ଶେଷ ସୁଦ୍ଧା ସଂକ୍ରମଣ ବଢିବା ନେଇ ଆଶଙ୍କା ପ୍ରକାଶ ପାଉଛି । ମାତ୍ର ଏଥିରେ ଭୟ କରିବାରେ କୌଣସି କଥା ନାହିଁ ବୋଲି ଡାକ୍ତର ପଣ୍ଡା ଦୃଢୋକ୍ତି ବାଢିଛନ୍ତି । କାରଣ ଯେଉଁ ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ସେହି ଅନୁପାତରେ ରୋଗୀ ସୁସ୍ଥ ହେଉଛନ୍ତି । ତେଣୁ ଯଦି ଆଗକୁ ସଂକ୍ରମଣ ବଢିବ, ତେବେ ମଧ୍ୟ ଆମକୁ ଭୟବିତ ହେବା ଦରକାର ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗର ବୈଷୟକ ମୁଖପାତ୍ର କହିଛନ୍ତି । ତେବେ ପ୍ଲାଜମା ଥେରାପି ମଧ୍ୟ ଏହି କୋରୋନା ଯୁଦ୍ଧରେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ ଅସ୍ତ୍ର ସାଜିଛି ବୋଲି ଡାକ୍ତର ପଣ୍ଡା ପ୍ରକାଶ କରିଛନ୍ତି । ତେଣୁ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଦେଲେ ମଧ୍ୟ କୋରୋନା ସହିତ ଲଢେଇ କରିବା ପାଇଁ ଆମ ପାଖରେ ଶକ୍ତି ଅଛି ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.