ପରୀକୁ ନ୍ୟାୟ ଦେବାକୁ ବିଜେପିର ପଦଯାତ୍ରା - Nayagarh pari murder case
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10127147-thumbnail-3x2-pari.jpg)
ଭୁବନେଶ୍ବର: ନୟାଗଡ ନାବାଳିକା ପରୀକୁ ନ୍ୟାୟ ଦାବିରେ ପୁଣି ତେଜିଛି ବିଜେପିର ପଦଯାତ୍ରା ଅଭିଯାନ । ପରୀ ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କୌଣସି ସନ୍ତୁଷ୍ଟ ଜନକ ତଦନ୍ତ ହୋଇନଥିବା ଅଭିଯୋଗ କରି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଆଜି(ମଙ୍ଗଳବାର) ପଦଯାତ୍ରା ଆରମ୍ଭ କରାଯାଇଛି। ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଏସଆଇଟି ଯେଉଁ ଅଭିଯୁକ୍ତକୁ ଧରି ଏହି ଅପରାଧ କରିଛି ବୋଲି କହୁଛି, ତାହାର ଉପଯୁକ୍ତ ପ୍ରମାଣ ମଧ୍ୟ ଏପର୍ଯ୍ୟନ୍ତ ଅଦାଲତ ପାଖରେ ଉପସ୍ଥାପନ କରାଯାଇନାହିଁ। କିନ୍ତୁ ଏସଆଇଟି ତଦନ୍ତ ଆଳରେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯୋଜନା କରାଯାଉଥିବା ଅଭିଯୋଗ କରି ଓ ପରୀକୁ ନ୍ୟାୟ ଦାବି କରି ବିଜେପି ପକ୍ଷରୁ ଆଜି ପଦଯାତ୍ରା ଆରମ୍ଭ କରାଯାଇଛି।