କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଧୂଆଁବାଣ: ଜୟନାରାୟଣ ମିଶ୍ର - ନବୀନଙ୍କ କଳାହାଣ୍ଡି ଗ୍ରସ୍ତ ଧୂଆଁବାଣ

🎬 Watch Now: Feature Video

thumbnail

By

Published : Jan 14, 2021, 10:03 PM IST

ଭୁବନେଶ୍ବର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡିରେ ମୁୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସକୁ ବିଜେପି ବିଧାୟକ କଟାକ୍ଷ କରିଛନ୍ତି । ଏହା ଏକ ରାଜନୈତିକ ଚାଲ୍, ଲୋକଙ୍କ ଅର୍ଥରେ ଏକ ହରିଲୁଟ୍ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ୨ ହଜାର ୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଯାହାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସମାଲୋଚନା କରି କହିଛନ୍ତି ଯେ, 'ଯେଉଁ ପ୍ରକଳ୍ପ ଉଦଘାଟିତ ହୋଇଛି ତାହା କେନ୍ଦ୍ରର, ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ଏସବୁ ରାଜନୈତିକ ଚାଲ । ଲୋକଙ୍କ ଅର୍ଥରେ ହେଉଛି ହରିଲୁଟ । ଗତ କିଛିବର୍ଷ ଧରି ସରକାର ଏହି ଅଞ୍ଚଳର ଉନ୍ନତି ପାଇଁ ଗୁରୁତ୍ୱ ଦେଇନାହାନ୍ତି । କିନ୍ତୁ ଭାଷଣରେ ଅନେକ କଥା କହୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଥରେ ହେଲେ ବାସ୍ତବତା ପରଖି ନାହାନ୍ତି । ସେଠାରେ ଚାଷୀମାନେ ଉଚିତ ନ୍ୟାୟ ପାଉନାହାଁନ୍ତି ।'

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.