thumbnail

By

Published : Sep 17, 2020, 7:35 PM IST

ETV Bharat / Videos

26 ରେ କଂଗ୍ରେସ ଓ 28 ରେ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ସେପ୍ଟେମ୍ବର 26 ତାରିଖରେ କଂଗ୍ରେସ ଓ 28 ତାରିଖରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତି କରିବେ ଉଭୟ ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ତେବେ ବିଜେପି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ଦଳର ସଭାପତି ମଧ୍ୟ ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି । ବିଧାୟକ ଦଳ ବୈଠକ ପୂର୍ବରୁ ବିଜେପି ବିଧାୟକମାନଙ୍କ ସହ 20ତାରିଖରେ ଅନଲାଇନରେ ବୈଠକ ବସିବ ବୋଲି ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.