thumbnail

ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ନଯାଇ, ମଣ୍ଡି ବୁଲନ୍ତୁ: ପ୍ରଦୀପ ପୁରୋହିତ

By

Published : Dec 11, 2020, 4:06 PM IST

ଭୁବନେଶ୍ବର: ଓଡିଶାରେ ବିଜୁ ଜନତା ଦଳର ସରକାର କୃଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ମୁଁ ନବୀନ ବାବୁଙ୍କୁ ପଚାରିବାକୁ ଚାହୁଁଛି 21 ବର୍ଷ ଭିତରେ କୃଷକ ମାନଙ୍କର କଣ ବିକାଶ କଲେ ତାର ହିସାବ ଦିଅନ୍ତୁ ବୋଲି ବିଜେପି କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ନଯାଇ ମଣ୍ଡି ବୁଲନ୍ତୁ ବୋଲି ପ୍ରଦୀପ ଆହ୍ବାନ କରିଛନ୍ତି । ଏହାସହ ସମଗ୍ର ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ ସମସ୍ୟା ଯୋଗୁ ବ୍ୟାପକ ଅସନ୍ତୋଷ କୁହୁଳୁଛି । ଓଡ଼ିଶାର କୌଣସି ଚାଷୀ 1868 ଟଙ୍କା ପାଉନାହିଁ । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦରରୁ ଓଡିଶାର ଚାଷୀ ବଞ୍ଚିତ ହେଉଛନ୍ତି । ମିଲର ମଣ୍ଡିକୁ ଯାଉଛନ୍ତି । ପ୍ରତି ମଣ୍ଡିରେ 6ରୁ 8 କେଜି କଟିଂ ହେଉଛି । ଯେଉଁ ଚାଷୀର କଟିଂ ହେବ ସେଥିରୁ 2 କେଜିର ଟଙ୍କା ବିଜୁ ଜନତା ଦଳର ଖାତାକୁ ଯାଉଥିବା ସାଙ୍ଘାତିକ ଅଭିଯୋଗ ଆଣି ସରକାରଙ୍କୁ ଘେରିଛନ୍ତି ପ୍ରଦୀପ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.