ନୂଆବର୍ଷରେ ବିଶ୍ୱ ପ୍ରାର୍ଥନା ଦିବସ ମନାଇଲେ କେନ୍ଦ୍ରାପଡାବାସୀ - ବିଶ୍ବ ପ୍ରାର୍ଥନା ଦିବସ

🎬 Watch Now: Feature Video

thumbnail

By

Published : Jan 1, 2022, 9:26 PM IST

କେନ୍ଦ୍ରାପଡା: ଇଂରାଜୀ ନୂଆବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବ ପ୍ରଭୁ ବଳଦେବଜୀଉଙ୍କ ଆଶିଷ ଭିକ୍ଷା କଲେ ସମଗ୍ର ଜିଲ୍ଲାବାସୀ । ଗତ ୨୦୨୦ ଓ ୨୦୨୧ ଦୁଇ ବର୍ଷରେ ମହାମାରୀ କୋରୋନାର ବିଭୀଷିକା ଚଳିତ ବର୍ଷ ଦୂରେଇବା ସହ ଜିଲ୍ଲାର ଜନସାଧାରଣ ଓ ସମଗ୍ର ମାନବ ସମାଜ ପାଇଁ ନୂତନ ଆଶା ଓ ସମୃଦ୍ଧିର ବର୍ଷ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ସେବକ ଓ ଭକ୍ତ । ଏହି ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ପାଇଁ ପ୍ରଭୁ ବଳଦେବଜୀଉଙ୍କ ପାଖରେ ପ୍ରାର୍ଥନା କରାଯାଇଥିବା ବେଳେ ଦିବ୍ୟ ଚେତନା ପରିଷଦ ପକ୍ଷରୁ ଏହି ଦିନଟିକୁ "ବିଶ୍ୱ ପ୍ରାର୍ଥନା ଦିବସ" ରୂପେ ପାଳନ କରାଯାଇଛି । ଟ୍ରଷ୍ଟର ଶତାଧିକ ଭକ୍ତ ସମଗ୍ର ଜିଲ୍ଲାର ୨୪୯ ପଞ୍ଚାୟତରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.