ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ସମାଗମ - ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଆଗମନ

🎬 Watch Now: Feature Video

thumbnail

By

Published : Jan 5, 2021, 3:46 PM IST

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ । ଏଥିରେ ମୁତୟନ ଅଛନ୍ତି ମୋଟ 21 ଟି ଟିମ୍‌ । ମୋଟ 111 କର୍ମଚାରୀ ସାମିଲ ଅଛନ୍ତି । ଏହି ଗଣନାରେ ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର, ପକ୍ଷୀ ବିଷାରଦମାନେ ସାମିଲ ଅଛନ୍ତି । ଏହି ଟିମ୍‌ ପୁରୀ ଜିଲ୍ଲାର ସାତପଡା, ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳରେ ଗଣନା କରୁଛନ୍ତି। ସେହିପରି ମୋଟ ପାଞ୍ଚୋଟି ରେଞ୍ଜରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ଚିଲିକା ମଙ୍ଗଳାଯୋଡିରେ 6ଟି ଟିମ୍‌ ଗଣନା କରୁଛି । ବର୍ତ୍ତମାନ ସୁଦ୍ଧା ଚିଲିକାରେ 200 ପ୍ରଜାତିର ଲକ୍ଷାଧିକ ବିଦେଶୀ ପକ୍ଷୀ ସମାଗମ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଏହି ଗଣନା କାର୍ଯ୍ୟରେ ପକ୍ଷି ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଜି ପ୍ରାୟ ଦିନ ଦୁଇଟା ସୁଦ୍ଧା ଏହି ଗଣନା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.