ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣକୁ ବିରୋଧ କରି ବ୍ରହ୍ମପୁର ଯୁବ କଂଗ୍ରେସର ପ୍ରତିବାଦ - attack on rahul gandhi

🎬 Watch Now: Feature Video

thumbnail

By

Published : Oct 4, 2020, 7:53 PM IST

ବ୍ରହ୍ମପୁର: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ବ୍ରହ୍ମପୁର ସହରରେ ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି । ସହରର ଗାନ୍ଧୀନଗର ଛକ ଠାରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ସହ ଧାରଣାରେ ବସି ରହିଥିଲେ କଂଗ୍ରେସର କର୍ମକର୍ତ୍ତା ମାନେ । ଏଥିରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପଦ୍ମଚରଣ ସାହୁଙ୍କ ସମେତ ଦଳର ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ରହିଥିଲେ । ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.