ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ଆରମ୍ଭ - baleswar flood update
🎬 Watch Now: Feature Video

ବାଲେଶ୍ୱର: ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ବଢୁଛି । ଗୁରୁବାର ବୁଢ଼ାବଳଙ୍ଗ ବିପଦ ସଂକେତ ଉପରେ ପ୍ରବାହିତ ହେବାଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏବେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ନଦୀର ରାଜଘାଟ ଠାରେ ବିପଦ ସଙ୍କେତ 10.36 ଥିବାବେଳେ ଏବେ 10.96ମିଟରରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ଠାରୁ ବିଷ୍ଣୁପୁର ରାସ୍ତାରେ 4 ଫୁଟର ପାଣି ପ୍ରଭାବିତ ହେଇଛି। ବାଲିଆପାଳ ବ୍ଲକ ଅସ୍ତି, କୁଡ଼ମାନସିଂ, ମଧୁପୁରା, ବିଷ୍ଣୁପୁର, ଗୁଣାପୁର ଆଦି ତଳିଆ ଅଞ୍ଚଳରେ ପାଣି ପଶିଲାଣି। ବନ୍ୟା ଆଶଙ୍କା କରି ପ୍ରଶାସନ ପକ୍ଷରୁ 895 ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲ୍ଲାର 178 ଟି ମାଟିଘର ଭାଙ୍ଗିଥିବା ପ୍ରଶାସନ ପାଖରେ ତଥ୍ୟ ହସ୍ତଗତ ହୋଇଛି ।