thumbnail

By

Published : Jul 1, 2020, 10:31 AM IST

ETV Bharat / Videos

ବାହୁଡା ଯାତ୍ରା: ଭକ୍ତି ମୁଦ୍ରାରେ, ଭାବର ଠାଣିରେ କାଳିଆ ଆଗରେ ନୃତ୍ୟରତ ନର୍ତ୍ତକୀ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । କୋରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘର ବାହୁଡା । ଶରଧାବାଲି ଭକ୍ତଶୂନ୍ୟ । ଭକ୍ତଙ୍କ ବିନା ଜନ୍ମବେଦୀରୁ ରତ୍ନବେଦୀଙ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଶ୍ରୀଜୀଉ । ସୀମିତ ସେବାୟତଙ୍କ ଦ୍ବାରା ସମାପନ ହେବ ଯାତ୍ରା । ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରାରେ ଶରଧାବାଲିରେ ନୃତ୍ୟ, ଗୀତ ନିମନ୍ତେ ସ୍ବଳ୍ପ ସଂଖ୍ୟକ ଶିଳ୍ପୀଙ୍କୁ ଅନୁମତି ମିଳିଛି । ତନ୍ମଧ୍ୟରୁ ଓଡିଶୀ ନୃତ୍ୟଶିଳ୍ପୀମାନେ ନିଜ ପରିପାଟି ଭିତରେ ଭଗବାନଙ୍କୁ ଭକ୍ତି ଜଣାଇଛନ୍ତି । ପ୍ରଭୁଙ୍କ ସାମନାରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟାଙ୍ଗନା । ବିଶ୍ବର ସବୁଠାରୁ ବଡ ମଞ୍ଚରେ କାଳିଆ ଠାକୁର ସାମ୍ନାରେ ଭକ୍ତି ନିବେଦନ ମୁଦ୍ରାରେ ନୃତ୍ୟରେ ବିଭୋର, ନିମଗ୍ନ, ମଜ୍ଜି ଯାଇଛନ୍ତି । ନୀଳାଚଳିଆ ଆଗରେ ନୃତ୍ୟ କରି ଧନ୍ୟ ହୋଇଛନ୍ତି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.