thumbnail

କୋରୋନା କାଳରେ ବାହୁଡା ଯାତ୍ରା: ନୀରବ ସମୁଦ୍ର, ନିର୍ଜନ ବଡଦାଣ୍ଡ

By

Published : Jul 1, 2020, 1:07 PM IST

Updated : Jul 1, 2020, 2:03 PM IST

ପୁରୀ: ଶ୍ରୀକ୍ଷେତ୍ର ମହୋତ୍ସବରେ ଅତି ଆପଣାର କାଳିଆ ଦିଅଁକୁ ଦେଖିବା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ ଲାଗେ । ଜନସମୁଦ୍ର ପାଲଟେ ବଡଦାଣ୍ଡ । ଲୋକାରଣ୍ୟ ପାଲଟିଯାଏ ବିସ୍ତୃତ ବେଳାଭୂମି । ଭକ୍ତଙ୍କ ଗହଳିଚହଳି, ହରିବୋଲ ହୁଳହୁଳିରେ ଫାଟି ପଟେ ଶ୍ରୀକ୍ଷେତ୍ର । ଭାକ୍ତିକ ପରିବେଶର ବଡଦାଣ୍ଡ, ବଡଦେଉଳ, ଗୁଣ୍ଡିଚା ମନ୍ଦିର ସବୁଆଡ ଜଗନ୍ନାଥମୟ ହୋଇଯାଏ । ହେଲେ ବ୍ୟାଧି ଭକ୍ତ ଭଗବାନଙ୍କ ମଝିରେ ବାଧକ ସାଜିଛି । ଜନହୀନ, ଭକ୍ତଶୂନ୍ୟ ବଡଦାଣ୍ଡ । ମହାପ୍ରଭୁ ଫେରୁଛନ୍ତି ଘରକୁ ହେଲେ ବିଜନ ବେଳଭୂମି, ନିର୍ଜନ ବଡଦାଣ୍ଡ । ବିନା ଭକ୍ତରେ ରଥଯାତ୍ରା ପରି ବିନା ଭକ୍ତରେ ଗୁଣ୍ଡିଚା ଯାତ୍ରା । ଚାରିଆଡେ ଖାଁ ଖାଁ, ଖାଲି ଖାଲି । ଘରେ ରହି ନୀଳମଣି, କୋଟି ଓଡିଆଙ୍କ ମଉଡମଣିଙ୍କୁ ନୟନ ଭରି ଦେଖୁଛନ୍ତି ଭକ୍ତ । ହେଲେ ଭକ୍ତବିନା ଭାବଗ୍ରାହୀ ଶ୍ରୀମୁଖ ମଳିନ ପ୍ରାୟ ଦୃଶ୍ୟମାନ । ହେଲେ ଭକତର ଲାଗି ବାରମାସେ ତେର ଯାତ କରୁଥିବା କାଳିଆ କୋରୋନା କାଳରେ ମଧ୍ୟ ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେଉଛି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Jul 1, 2020, 2:03 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.