ଭଗବାନଙ୍କୁ ପ୍ରାର୍ଥନା ପରୀ ନ୍ୟାୟ ପାଉ: ଅରୁଣ ସାହୁ - ଅରୁଣ ସାହୁ
🎬 Watch Now: Feature Video

ଭୁବନେଶ୍ବର: ବହୁଚର୍ଚିତ ପରୀ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଆଜି(ବୁଧବାର) ଗଣମାଧ୍ୟମ ସମ୍ମୁଖରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଭଗବାନଙ୍କ ନିକଟରେ ପ୍ରାର୍ଥନା ପରୀ ନ୍ୟାୟ ପାଉ । ସତ୍ୟ ଉନ୍ମୋଚିତ ହେଉ । ସୂଚନାନୁସାରେ, ନୟାଗଡ଼ର ଯଦୁପୁର ଗ୍ରାମର ପରୀର ହତ୍ୟାକାଣ୍ଡକୁ ନେଇ ସାରାରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ବିରୋଧୀମାନେ ଅଭିଯୋଗ ଆଣିବା ସହ ତାଙ୍କ ମନ୍ତ୍ରୀ ପଦରୁ ବହିଷ୍କୃତ ପାଇଁ ଦାବି କରିଆସୁଛନ୍ତି । ଏହାରି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁଙ୍କ ବୟାନ ଆସିଛି । ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ମନ୍ତ୍ରୀ ପରୀ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।