ଫଳ ଚାଷ କରି ସଫଳ ହେଲେ ତିନି ଭାଇ, ସମ୍ବଲପୁରରେ ଫଳିଲା ସେଓ - ସମ୍ବଲପୁରରେ ଫଳିଲା ସେଓ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7890967-thumbnail-3x2-applefarming.jpg)
ସମ୍ବଲପୁର: ସମ୍ବଲପୁରରେ ସେଓ ବଗିଚା । ଗଛରେ ଫଳଛି ତାଜା ତାଜା ସେଓ । ଏହା ଦେଖିଲେ ବି ବିଶ୍ବାସ କରିହେଉନଥିଲେ ମଧ୍ୟ ଏପରି କରି ଦେଖାଇଛନ୍ତି ସମ୍ବଲପୁର ଜମେନକିରା ବ୍ଲକ ଗମ୍ଭାରୀମୁଣ୍ଡା ଗାଁର 3 ଭାଇ । ନିଜ ବଗିଚାରେ ପ୍ରାୟ 50ଟି ଗଛ ଲଗାଇ ଏଥିରେ ସେଓ ଫଳାଇବାରେ ସଫଳ ହୋଇଛନ୍ତି ଗାଁର ଉମାକାନ୍ତ କଉଡି ଓ ତାଙ୍କର ଦୁଇ ଭାଇ । ସମ୍ବଲପୁରରେ ସେଓର ଚାହିଦା ଥିବାବେଳେ ଦାମ ଅଧିକ ରହୁଥିବାରୁ ଏଠାରେ ସେଓ ଚାଷ କରିବାକୁ ମନବଳାଇଥିଲେ ତିନି ଭାଇ । ପରେ ୟୁଟ୍ୟୁବରୁ ଚାଷ କରିବାର ପ୍ରକ୍ରିୟା ଦେଖି, ଅନଲାଇନରେ ଉନ୍ନତ କିସମର ଚାରା ମଗାଇଥିଲେ । ଯାହାକୁ ନିଜ ବାଡିରେ ଲଗାଇବା ସହ ପାଖାପାଖି 17 ମାସ ପରିଶ୍ରମ କରି ଗଛରେ ଫଳ ଫଳାଇବାରେ ସଫଳ ହୋଇଛନ୍ତି ଏମାନେ ।