ଦାଦନ ଦୁଃଖ: ଇଞ୍ଜିନିୟରିଂ ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ - କେନ୍ଦ୍ରାପଡା
🎬 Watch Now: Feature Video

କେନ୍ଦ୍ରାପଡା: ରୋଜଗାର ଆଶାରେ ଗାଁ ଛାଡିଥିଲେ ନାବାଳକ ଇଞ୍ଜିନିୟରିଂ ଛାତ୍ର । ହେଲେ ଏବେ ସୂଦୂର ତାମିଲନାଡୁରେ ଯନ୍ତ୍ରଣାପୂର୍ଣ୍ଣ ଜୀବନ ବଞ୍ଚିବାକୁ ପଡୁଛି । ପୁଅର ଏହି ଦୁର୍ଦ୍ଦଶା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଦୁଃଖ ଜଣାଇଛି ଦୁଃଖିନୀ ମା’ । କେବେ ଅତ୍ୟାଚାରୀ ଠିକାଦାର କବଳରୁ ପୁଅ ତୁଷାର ଘରକୁ ଫେରିବ, ତା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଉଛରପଡା ଗାଁର ତୁଷାର ମଲ୍ଲିକ, ଇଞ୍ଜିନିୟରିଂ ପାଠ ପଢି ଜଣେ ଇଞ୍ଜିନିୟର ହୋଇ ଘରର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦେଖିଥିଲା ଅନେକ ସ୍ବପ୍ନ। ହେଲେ କୋରୋନା ସେ ଆଶାକୁ ଧୂଳିସାତ କକରିଦେଲା। ପରିବାର ନିକଟରେ ଯାହା ସମ୍ବଳ ଥିଲା, କୋରୋନା ସମୟରେ ଶେଷ ହୋଇଯିବାରୁ ନିଜେ ପରିବାରର ବୋଝ ହାଲୁକା କରିବା ପାଇଁ କାଳନ୍ଦୀ ନାମକ ଜଣେ ସ୍ଥାନୀୟ ଠିକାଦାରଙ୍କ କଥାରେ ରାଜି ହୋଇ କାମ କରିବାକୁ ବାହାରି ପଡିଥିଲା ଭୁବନେଶ୍ବର ।