ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା, ନିରାଶ ଶ୍ରଦ୍ଧାଳୁ - ପୁରୀ ମନ୍ଦିର
🎬 Watch Now: Feature Video
ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ସେହିପରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଧ୍ୟ ଶୁଭାରମ୍ଭ ହୁଏ। ତେବେ କରୋନା କଟକଣା ଯୋଗୁ ଏହି ପରମ୍ପରା ଭଙ୍ଗ ହୋଇଛି। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ଭିତରେ ସବୁ ବିଧି ବିଧାନ ଅନୁଷ୍ଠିତ ହେଉଛି। ତେବେ ଭକ୍ତ ମାନେ ରଥ ନିର୍ମାଣ ଅନୁକୁଳ ଓ ଚନ୍ଦନଯାତ୍ରା ଦେଖିବାରୁ ବଞ୍ଚିତ ହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ସକାଳୁ ଭକ୍ତ ମାନେ ପତିତପାବନଙ୍କୁ ମୁଣ୍ଡିଆ ମାରି କରୋନା ମହାମାରୀକୁ ମହାପ୍ରଭୁ ନାଶ କରିବାକୁ ପ୍ରାର୍ଥନା କରିଛନ୍ତି। ସେହିପରି ଚଳିତ ରଥଯାତ୍ରା ସୂଚାରୁ ରୂପେ ହେବା ନେଇ ପ୍ରାର୍ଥନା କରିଛନ୍ତି। ତେବେ ଅକ୍ଷୟ ତୃତୀୟାରେ ଭକ୍ତଙ୍କ କଣ ପ୍ରତିକ୍ରିୟା ରହିଛି ସେ ନେଇ ପୁରୀ ଅଧିକ ସୂଚନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ