ପୁଣି ହଜିଗଲେ ବିର୍ଜୁ କୁଲୁ, ଭଉଣୀଙ୍କ ଏତଲା ପରେ ଖୋଜୁଛି ପୋଲିସ - Birju Missing
🎬 Watch Now: Feature Video

ସୁନ୍ଦରଗଡ: ଚର୍ଚ୍ଚିତ ବିର୍ଜୁ କୁଲୁ। ଯାହାଙ୍କ ଫେରିବା ଘଟଣା ଗଣମାଧ୍ୟମର ଶିରୋନାମାରେ ଥିଲା। ବିର୍ଜୁଙ୍କ ଫେରିବାକୁ ନେଇ ପରିବାର ଲୋକେ ଓ ସମସ୍ତେ ଖୁସି ଥିଲେ। ହେଲେ ପାକିସ୍ତାନ ଜେଲରେ ଦୀର୍ଘ 20 ବର୍ଷ କାଳ ବନ୍ଦୀ ଜୀବନ କାଟିବା ପରେ ପୁଣି ବିର୍ଜୁ ନିଖୋଜ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ସେ ଘରୁ କେଉଁଆଡେ ଚାଲିଯାଇଥିବା ତାଙ୍କ ଭଉଣୀ ଥାନାରେ ଏତଲା ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କଟଙ୍ଗ ପଞ୍ଚାୟତ ଜଙ୍ଗରପଡାର ବିର୍ଜୁ କୁଲ୍ଲୁ । ସେ ଗତ ନଭେମ୍ବର ମାସ 13 ତାରିଖରେ ଘରକୁ ଫେରିଥିଲେ ।