ଆକାଶମାର୍ଗରୁ ଦେଖନ୍ତୁ ତିନି ରଥ ଓ ବଡଦାଣ୍ଡର ଦିବ୍ୟ ଦୃଶ୍ୟ

By

Published : Jun 23, 2020, 11:05 AM IST

thumbnail
ପୁରୀ: କୋରୋନା କଟକଣା ଭିତରେ ଚାଲିଛି କାଳିଆର ଦିବ୍ୟ ଲୀଳା । ବିଶ୍ବ ପ୍ରସିଦ୍ଧ, ସର୍ବପୁରାତନ, ସର୍ବବିଦିତ ଘୋଷଯାତ୍ରା ଚାଲିଛି । ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀକ୍ଷେତ୍ର ସାଆନ୍ତେ । ରଥଦାଣ୍ଡରେ ଭିଡ ନାହିଁ । ରଥ, ପଥ, ଶ୍ରୀଜଗନ୍ନାଥ ସମସ୍ତେ ଉପସ୍ଥିତ କେବଳ ନାହାଁନ୍ତି ଉତ୍କଳୀୟ ମଉଣମଣିଙ୍କ ଅତିପ୍ରିୟ ଭକ୍ତ । ଯେଉଁଠି ଜନସମୁଦ୍ର ପାଲଟୁଥିଲା ଦାଣ୍ଡ, ଯେଉଁଠି ଏକତ୍ରୀତ ହେଉଥିଲେ ସର୍ବଧର୍ମ, ସର୍ବତତ୍ତ୍ବ, ସର୍ବଜନ ସେଠି ଖାଁ ଖାଁ ଲାଗୁଛି । ତଥାପି କାଳିଆର ଉପସ୍ଥିତି ବଡଦାଣ୍ଡକୁ ଭବ୍ୟ କରିଛି । ଆକାଶ ମାର୍ଗକୁ ମନୋରହ, ସୁନ୍ଦର, ସୁଦର୍ଶନ ଦିଶୁଛି ବଡଦାଣ୍ଡ, ରଥଦାଣ୍ଡ । ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.