ଆଡପ ମଣ୍ଡପ ବିଜେ କଲେ ଶ୍ରୀଜିଉ

By

Published : Jun 24, 2020, 7:46 PM IST

Updated : Jun 24, 2020, 7:55 PM IST

thumbnail
ପୁରୀ: ଶରଧାବାଲିରୁ ଜନ୍ମବେଦୀକୁ ବିଜେ କରୁଛନ୍ତି ଶ୍ରୀଜିଉ । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀଜୀଉ । ବିଜେ କାହାଳୀ ବାଜିବା ପରେ ପ୍ରଥମେ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କୁ ଗୋଟି ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ନିଆଯାଇଥିବାବେଳେ ଏବେ ବଡଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି । ଏହାପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ମାଉସୀମା ମନ୍ଦିର ଭିତରକୁ ନିଆଯିବ । ମହାପ୍ରଭୁଙ୍କ ଗୋଟି ପହଣ୍ଡି ସମୟରେ ଘଣ୍ଟଘଣ୍ଟା ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମଙ୍ଗଳବାର ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିନା ଭକ୍ତରେ ସମସ୍ତ କୋଭିଡ ନିୟମ ମାନି ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିଲା।
Last Updated : Jun 24, 2020, 7:55 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.