ଚାଷ କରିବାର ସ୍ପୃହା ଆଗରେ ହାର ମାନିଛି ବାର୍ଦ୍ଧକ୍ୟ - ପ୍ରତିବନ୍ଧକ ସାଜିନି ବୟସ
🎬 Watch Now: Feature Video

ନବରଙ୍ଗପୁର: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । ବୟସ 90 ବର୍ଷ । ବୟସର ଅପରାହ୍ନରେ କାମ କରିବାର ଅଜବ ନିଶା । 4 ଏକର ଡଙ୍ଗର ଜମିକୁ ଖୋଳି ସମତୁଲ କରି ଚାଷପୋଯୋଗୀ ଜମି କରିଛନ୍ତି ବୃଦ୍ଧ ଜଣଙ୍କ । ୪ ବର୍ଷରେ ୪ ଏକର ଟାଙ୍ଗରା ଭୂମିକୁ ଚାଷପୋଯୋଗୀ ଜମି କରି ସାଜିଛନ୍ତି ଅନ୍ୟ ପାଇଁ ଉଦାହରଣ । ସତେ ଯେପରି ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ନିଜର ବୟସ ସହ କାମ କରିବାର ଏହି ଅଜବ ନିଶାକୁ ନେଇ ଏବେ ଚର୍ଚ୍ଚାରେ ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ଲୌହ ମାନବ ମାଧବ ଅଗରିଆ ।