ସବୁଠୁ ଛୋଟ ତ୍ରିରଙ୍ଗା ସହ ୭୩ଟି ଐତିହ୍ୟ ସ୍ଥାନର କଳାକୃତି - Berhampur artist
🎬 Watch Now: Feature Video
ବ୍ରହ୍ମପୁର: ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ୭୩ ଟି ଐତିହ୍ୟ ସମ୍ପନ୍ନ ସ୍ଥାନକୁ ଚକ୍ ଖଡିରେ ପ୍ରସ୍ତୁତ କରିବା ସହ ସବୁଠାରୁ ଛୋଟ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଏପରିକି ସତ୍ୟ ପ୍ରସ୍ତୁତ କରୁଥିବା ଛୋଟ ତ୍ରିରଙ୍ଗାର ଉଚ୍ଚତା ମାତ୍ର ୩ ଏମ୍ଏମ୍ । ଖାଲି ଆଖିରେ ଯାହାକୁ ଦେଖିବା କଷ୍ଟକର ତାହାକୁ ସତ୍ୟ ପ୍ରସ୍ତୁତ କରି ଥିବାବେଳେ ନିଜର କଳା ମାଧ୍ୟମରେ ଦେଶର ତାଜମହଲ ଠାରୁ ଆରମ୍ଭ କରି ଧଉଳି ପର୍ଯ୍ୟନ୍ତ ବିଭିନ୍ନ ଐତିହ୍ୟକୁ କଳାକୃତିରେ ସାମିଲ କରିଛନ୍ତି । ଚକ ଖଡିରେ ଏହି ଐତିହ୍ୟଗୁଡିକୁ ପ୍ରସ୍ତୁତ କରିବାକୁ ସତ୍ୟକୁ ତିନି ଦିନ ସମୟ ଲାଗି ଥିବାବେଳେ ତ୍ରିରଙ୍ଗାକୁ ତିଆରି କରିବାକୁ ୩୦ ମିନିଟ୍ ସମୟ ଲାଗିଥିବା କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Jan 25, 2022, 10:53 PM IST