ହୀରାକୁଦରେ ଖୋଲିଲା 46 ଗେଟ୍, ସମ୍ବଲପୁରରେ ବନ୍ୟା ସ୍ଥିତି - ସମ୍ବଲପୁର
🎬 Watch Now: Feature Video
ସମ୍ବଲପୁର: ଆଜି(ଶନିବାର) ହୀରକୁଦ ଡ୍ୟାମରୁ ମୋଟ 46 ଟି ଗେଟ୍ ଯୋଗେ ଜଳ ନିଷ୍କାସନ ଜାରି ରହିଛି। ତେବେ ଆଗକୁ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ସମ୍ବଲପୁରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲେଫ୍ଟ ଡାଇକରେ 31ଟି ଗେଟ ଓ ରାଇଟ ଡାଇକରେ 15ଟି ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ତେବେ ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 626.10 ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ଡ୍ୟାମକୁ 8,76,271 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 46 ଟି ଗେଟ ଜରିଆରେ 7,61,919 କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ
Last Updated : Aug 29, 2020, 7:03 PM IST