କିଡନୀ ରୋଗ କବଳରେ କୁନିଝିଅ ଦିବ୍ୟା, ସହାୟତା ପାଇଁ ପିତାମାତାଙ୍କ ନିବେଦନ - ସହାୟତା ନିବେଦନ କଲେ ପିତାମାତା
🎬 Watch Now: Feature Video

ବରଗଡ: କିଡନୀ ରୋଗରେ ଆକ୍ରାନ୍ତ କୁନିଝିଅ । ବୟସ ମୋଟେ 3 ବର୍ଷ । ଜୀବନ କ'ଣ ବୁଝିବା ଆଗରୁ ଜୀବନ ସାଙ୍ଗରେ କରୁଛି ସଂଘର୍ଷ । ଯେଉଁ ବୟସରେ ହସିଖେଳି ବୁଲିବା କଥା ସେ ବୟସରେ ଯୁଝୁଛି କିଡନୀ ରୋଗ ସହିତ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ବଇଦପାଲି ଗାଁର ଲକ୍ଷ୍ମଣ ସାହୁଙ୍କ ଝିଅ ଦିବ୍ୟାଙ୍କ କ୍ଷେତ୍ରରେ । ଗରିବ ହୋଇଥିବାରୁ ଝିଅର ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି ବାପାମାଆ । ତେଣୁ ନିଜର ତିନି ବର୍ଷୀୟ କୁନି ଝିଅର ଚିକିତ୍ସା ପାଇଁ ଲୋକଙ୍କୁ ସହାୟତା ମାଗି ବୁଲୁଛନ୍ତି ।