ଶ୍ରାବଣ ତୃତୀୟ ସୋମବାର, ଆରଡି ପୀଠରେ 144 ଧାରା ଲାଗୁ

By

Published : Jul 20, 2020, 1:14 PM IST

thumbnail
ଭଦ୍ରକ: ଆଜି ଶ୍ରାବଣ ତୃତୀୟ ସୋମବାର । ରାଜ୍ୟର ସମସ୍ତ ଶୈବପୀଠରେ ଜାରି ରହିଛି ସ୍ବତନ୍ତ୍ର ନୀତିକାନ୍ତି । ହେଲେ ମହାମାରୀ କୋରୋନା ପାଇଁ ଖାଁ ଖାଁ ଭଦ୍ରକ ଆରଡି ଧାମର ଅଧିଶ୍ବର ଆଖଣ୍ଡଳମଣି । ପ୍ରତିବର୍ଷ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କାଉଡିଆଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ପାଇଁ ରାଜ୍ୟ ସରକାର କାଉଡିଆ ଯାତ୍ରାକୁ ବନ୍ଦ ଘୋଷଣା କରିଛନ୍ତି । ସେପଟେ, ପ୍ରଶାସନ ପକ୍ଷରୁ ପୀଠରେ 144 ଧାରା ଲାଗୁ କରାଯାଇଛି । ଫଳରେ ପୀଠ ଭକ୍ତ ଶୂନ୍ୟ ହୋଇପଡିଛି । ଯେଉଁଠି କାଉଡିଆ ଭକ୍ତଙ୍କ ବୋଲବମ ହରହର ବୋମ, ମଣିବାବା ପାରକରେଗା ଧ୍ବନୀରେ ମୁଖରିତ ହୋଇଥାନ୍ତା, ସେଠି ଆଜି ଶୂନଶାନ ଲାଗୁଛି । ଏପରିକି କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ ରବିବାର ଠାରୁ ସୋମବାର ଯାଏଁ ଆରଡିପୀଠ ଓ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.